• _spradhan 13w

    ନୂଆଘର

    ଦୀର୍ଘ ୭-୮ ବର୍ଷ ତଳୁ ଆମେ ମା ପିଲା ୩ ଜଣ ଯାକ ବାପାଙ୍କ ସାଙ୍ଗେ ଲଗେଇ ଥିଲୁ ଜଲ୍ଦି ନୂଆଘର ତୋଳିବା ପାଇଁ। କେତେଦିନ ଆଉ ଏ ପୋଲିସ୍ କ୍ୱାର୍ଟର ରେ ରହିବା। ବାପା କିନ୍ତୁ ଖାଲି ସମୟ ଗଡେଇ ଚାଲିଥିଲେ।

    ଆଜି ଘର ପ୍ରତିଷ୍ଠା। କେତେ ଲୋକ ଆସିଛନ୍ତି। କୁଣିଆ, ବନ୍ଧୁ ବାନ୍ଧବ ରେ ଭରପୂର। ସମସ୍ତେ ବଧେଇ ଜଣଉ ଛନ୍ତି। ବାପା ବୋଉ ସାନ ଭାଇ ବି ଖୁସି ଥିଲା ଭଳି ଜଣା ପଡୁଛନ୍ତି। ହେଲେ କେଜାଣି କାଈଁ ମୋର ସେଇ କ୍ୱାର୍ଟର ଠି ମନ ରହି ଯାଇଛି।

    ୨୬ ବର୍ଷ କଟିଗଲା ଏଇଘରେ। ସାନ ଟୋକା ଏଇଠି ଜନ୍ମ। ସୋମ ବାର ରେ ହେଇ ଥିଲା ବୋଲି ବୋଉ ତା ନା ସୋମ୍ ଦେଇଥିଲା। ସାନ ପିଇସୀ ଏଇଠୁ ବାହା ହେଲା। କେତେ ଯେ ମାଡ ମାରିଛି ମୁଁ ତାକୁ। ଜେଜେ, ବୁଢୀ ମା ଦି ଜଣଙ୍କର ପାର୍ଥୀବ ଶରୀର ଏଇ ଘରୁ ଉଠିଲା। କେତେ ସାଇ ପଡିସା ଦବା ନବା ସବୁ ଏଇ ଘରେ ହଉ ଥିଲା। ଆଜି ଠାରୁ ସବୁ କିନ୍ତୁ ଖାଲି ସ୍ମୁଋତି ରେ ରହିଯିବ।