• amitabh_pattnaik 7w

    ହାତରୁ ଲଙ୍କା ନେଲେ ନାହିଁ ମାଉସୀ। କହିଲେ- ତଳେ ଥୋଇଦେ। ହାତରୁ ଲଙ୍କା ନେବା ଭଲ ନୁହେଁ। ଝଗଡ଼ା ହେବ, ସମ୍ପର୍କ ଭାଙ୍ଗିଯିବ। ତୁ ଏତିକି ଜାଣିନୁ। ମୁଁ ଚୁପ୍ ରହିଲି। ହେଲେ, ବୋହୂ ହାତରୁ ଦିନରେ ଏମିତି କେତେ ଥର ଲଙ୍କା ନେଉଥିବେ ଯେ ମାଉସୀ ଶାଶୂ-ବୋହୂ ସକାଳୁ ସଞ୍ଜ ଯାଏ ଝଗଡ଼ା। ଦୁଇ ଜଣଙ୍କ ଜମାରୁ ପଡୁନି। ବିଚରା ଲଙ୍କା !!!