• _spradhan 13w

    ବାଟୁଆ

    ୮୦ ଦଶକର ଶେଷ ଭାଗ। ମେ ମାସ ୧୨ ତାରିଖ। ସ୍ଥାନ କଟକ CRRI ପରିସର। ରାତ୍ରୀର ଦ୍ୱିତୀୟ ପ୍ରହର ହବ ବୋଧେ। ସଂଧ୍ୟାରାଣୀ ଙ୍କ ର ଗର୍ଭ ବେଦନା ଆରମ୍ଭ ହେଲା। ପାଖରେ ଶାଶୁ, ଶ୍ୱଶୁର, ସ୍ୱାମୀ ଥିଲେ। ନିକଟରେ ଅନ୍ୟ ଏକ ବସାରେ ବଡ ନଣନ୍ଦ, ନଣନ୍ଦେଇ। ଶ୍ୱଶୁର କେନ୍ଦ୍ର ସରକାର ଙ୍କର କର୍ମଚାରୀ ଥିଲେ। ବଡବାବୁ ଙ୍କ ଦୟାରୁ ସରକାରି ଜିପ୍ ଟି ମିଳିଗଲା। ସମସ୍ତେ ବୋହୁକୁ ଧରି ଚାଲିଲେ କଟକ ବଡ ମେଡିକାଲ। ଅତି ବେଶି ରେ ୬ କି.ମି ହବ। ହେଲେ ପିଲାଟିକୁ ଜଲ୍ଦି ଦୁନିଆ ଦେଖିବାର ଥିଲା। ଗାଡି OMP ଛକ ହେଇଥିବ କି ନାହିଁ, ଛାଟି ପିଟି ହେଇ ମା ପେଟରୁ ବାହାରି ଆସିଲା। ବଡ ପିଇସି କୋଳେଇ ନେଇ ନାମ କରଣ କରିଦେଲେ, ଆରେ ଏଇଟା ବାଟୁଆ ଟା ରେ। ବାଟରେ ଜନ୍ମ ହେଇଗଲା।

    ମତେ କିନ୍ତୁ ସେ ନାଁ ଟା ଜମା ଭଲ ଲାଗୁ ନଥିଲା। ସବୁ ବନ୍ଧୁ ବାନ୍ଧବ ନିଜ ନିଜ ହିସାବରେ ନାଁ ର ସଂସ୍କରଣ କରି ଦେଇଥିଲେ। ବାଟୁଆ, ବାଟୁ, ବାଟିଆ। ଭାଇ ଭଉଣୀ ମାନେ ବାଟୋଇ ଡାକି ଚିଡୋଉ ଥିଲେ। ଧିରେ ଧିରେ ବଡ ହେଲା ପରେ ଏ ସବୁ ଡାକ ବି କମିଗଲା। ହେଲେ ମୋ ବୁଢୀ ମା ତା ଡାକ ଟି ଛାଡି ପାରି ନଥିଲା। ବଡ ଶ୍ରଦ୍ଧା ରେ ଡାକେ ବାଟି। ବାଟିରେ ମୋ ପାଇଁ ଦି ଟା ଆଳୁଚପ ଆଣିବୁ। ବାଟିରେ ମୋ ନଖ ଟିକେ କାଟି ଦବୁ। ଏମିତି କେତେ କଣ। ୨୦୧୩, ଜାନୁଆରୀ ୨। ସେଇ ଦ୍ୱିତୀୟ ପ୍ରହର ରାତି। ବୁଢି ମା ସବୁ ଦିନ ପାଇଁ ଆଖି ବୁଜିଲା। ତା ସହିତ ବାଟ ଶବ୍ଦ ସହ ଯଡିତ ସମସ୍ତ ନାମ କରଣର ମଧ୍ୟ ଅନ୍ତ ଘଟିଲା।
    ©_spradhan