• supreetinayak 7w

    ଜାତି

    ଇଶ୍ୱର ଙ୍କ ସୃଷ୍ଟି ରେ ମନୁଷ୍ୟ ଏକ ଶ୍ରେଷ୍ଠ ପ୍ରାଣୀ। କିନ୍ତୁ ସମାଜ ରେ ମୁଦ୍ରା ଟି ର ଦୁଇଟି ପାଶ୍ୱ ପରି ଗୋଟିଏ ପଟେ ନାରୀ ଏବଂ ଆଉ ଗୋଟିଏ ପଟେ ପୁରୁଷ। ଦୁହେଁ ଦୁହିଁ ବିନା ଅପୁରକ।

    କେଉଁ ଆଦିମ କାଳ ରୁ ଜାତିଭେଦ ସମାଜରେ ବଡ ସମସ୍ୟା ରହିଆସିଛି ଦୁଃଖ ର ବିଷୟ ଯେ ଯେତେ ଆଧୁନିକ ହେଲେ ମଧ୍ୟ ଜାତୀୟଣ ଭେଦ ଏବେ ମଧ୍ୟ ଆମ ସମାଜ ରେ ତିଷ୍ଠି ରହିଛି।

    ସମାଜ ରେ ବିବାହ ନିମନ୍ତେ ଜାତି, ମନ୍ଦିର ରେ ପ୍ରବେଶ କଲାବେଳେ ଜାତି, ଘର ଭଡା ଦେବା ରେ ଏବଂ ଘର ଭଡା ରେ ରହିବା ପାଇଁ ଜାତି, ଘରେ କାମବାଲୀ କାମ ରେ ରଖିବା ପାଇଁ ଜାତି, ସାଙ୍ଗ ଙ୍କ ସହ ମିଶିବା ରେ ଜାତି। କଣ ପାଇଁ ଆଜି ମଧ୍ୟ ସେ ଅନ୍ଧବିଶ୍ୱାସ ର କଳାମେଘ ଘୋଡ଼ି ହୋଇ ରହିଛି ଏଇ ସମାଜରେ?

    ଉଚ୍ଚ ହଉ ବା ନୀଚ ଜାତି ର ଲୋକ ର ରକ୍ତ ର ରଙ୍ଗ ମଧ୍ୟ ଲାଲ୍। ତଥାପି ଜାତିଭେଦ କଣ ପାଇଁ? କେଉଁଠି ମଧ୍ୟ ଲେଖା ହୋଇ ନାହିଁ ସେ ବେଦ ହଉ କି ଶାସ୍ତ୍ର ଅବା ମନ୍ତ୍ର ଯେ ଶୁଦ୍ର ମାନଙ୍କୁ ଭିନ୍ନ ଦୁର୍ଷ୍ଟି ରେ ସମାଜ ରେ ଦେଖିବା ପାଇଁ ଏଠି ଚାରି ପ୍ରକାର ର ବର୍ଣ୍ଣ ଦେଇଛି ଯାହାକୁ ନେଇ ସମାଜ ଚାଲିଛି ସେ ହେଉଛି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଏବଂ ଶୁଦ୍ର।

    "ଜାତି କେବେ ନୀଚ ନୁହେଁ କର୍ମ, ଚିନ୍ତାଧାରା ନୀଚ ଯୋଗୁଁ ଜାତି ନୀଚ ଧରାଯିବ"।

    ଭଗବାନ୍ ଶ୍ରୀକୃଷ୍ଣ ଙ୍କ ବେଦ ରେ ମଧ୍ୟ ଅଛି "ଯେଉଁମାନେ ଋଷି ମାନଙ୍କ ର ଉପଦେଶ ଶୁଣି ଅନ୍ୟମାନଙ୍କୁ ସଦୁପଦେଶ ଦେଉଥିଲେ ସେମାନେ "ବ୍ରାହ୍ମଣ" ; ଯେଉଁ ମାନେ ବୀର ହୋଇ ଦୁଷ୍ଟ ଲୋକଙ୍କ ସହିତ ସଂଗ୍ରାମ ଚଳାଇଲେ ସେମାନେ "କ୍ଷତ୍ରିୟ" ; କୃଷି, ଗୋରକ୍ଷା ବିଭିନ୍ନ ପ୍ରକାର ବାଣିଜ୍ୟ, ସୁନା ରୂପା ଆଦି ଧାତୁ ପଦାର୍ଥର କ୍ରୟ ବିକ୍ରୟ ଆଦି କରୁଥିବା ଲୋକମାନେ "ବୈଶ୍ୟ" ନାମରେ ପରିଚିତ ହେଲେ। ଯେଉଁ ଲୋକମାନେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ମାନଙ୍କର ସେବା କାର୍ଯ୍ୟରେ ସହାୟତା ଦେଉଥିଲା ସେମାନେ ଶୁଦ୍ର ନାମ ରେ ପରିଚିତ ହେଇଥିଲା "ଶୁଦ୍ର ର ପୁତ୍ର ଗୁଣବାନ୍ ହେଲେ ସେ ମଧ୍ୟ ବ୍ରାହ୍ମଣ ଭାବେ ସ୍ୱୀକୃତି ପାଉଥିଲେ"।

    ଯଦି ବେଦ ରେ ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି ତାହାଲେ ଏ ଛାର ମନୁଷ୍ୟ କାହିଁକି ସମାଜ ଏହି ଜାତିପ୍ରଥା କୁ ନେଇ ଭିନ୍ନ ଦୁର୍ଷ୍ଟି ରେ ଦେଖୁଛି ଶୁଦ୍ର ମାନଙ୍କୁ?


    ©supreetinayak