• bimalendu71 7w

    ଖାଲି ପେଟ

    ପ୍ରାୟ ଦଶ ବର୍ଷର ପିଲାଟିଏ ମିନତୀ ଙ୍କ ଗେଟ ଠକ ଠକ କରୁଥିଲା । ମିନତୀ ବାହାରକୁ ଆସି ପଚାରିଲା , କଣ ହେଲା ?
    ପିଲାଟି କହିଲା , ଆଣ୍ଟି ମୁଁ ଆପଣଙ୍କ ବଗିଚା ସଫା କରିଦେବି ?
    ନା ନା ଆମର ସଫେଇ ଦରକାର ନାଇଁ ,
    ହାତ ଯୋଡି ଦୟନୀୟ ଭାବେ ପିଲାଟି କହିଲା , ପ୍ଲିଜ ଆଣ୍ଟି କରେଇ ନିଅନ୍ତୁ ନା ବହୁତ ଭଲକି ସଫା କରିବି ।
    ପିଲାଟିର ବାରମ୍ବାର ଅନୁରୋଧ ପରେ ମିନତୀ ପଚାରିଲା କେତେ
    ପଇସା ନେବୁ?
    ପଇସା ନାଇଁ ଆଣ୍ଟି ଖାଇବାକୁ ଦେଇଦେବେ ।
    ହଉ , ଭଲକି କାମ କରିବୁ ।
    ଲାଗୁଛି ପିଲାଟା ଭୋକିଲା ଅଛି ଆଗ ଖାଇବାକୁ ଦେଇଦିଏ , ମିନତୀ ଗୁଣୁ ଗୁଣେଇକି କହିଲେ ।
    ଏ ପିଲା ଆଗ ଖାଇନେ ,ତା ପରେ ସଫା କରିବୁ ।
    ନାଇଁ ଆଣ୍ଟି ଆଗ କାମ କରିନିଏ ,ତା ପରେ ଖାଇବା ଦେବ
    ହଉ ଠିକ ଅଛି ,କହିକି ମିନତୀ ନିଜ କାମରେ ଲାଗି ଗଲେ ।
    ଏକ ଘଣ୍ଟା ପରେ ପିଲାଟି ଡାକି କି କହିଲା ଆଣ୍ଟି ଦେଖି ନିଅନ୍ତୁ ଠିକ ରେ ସଫା ହେଇଛି କି ନାହିଁ ?
    ଆରେ ବାଃ ତୁ ତ ବଢ଼ିଆ ସଫା କରିଛୁ ଆଉ ଗମଲା ସବୁ ବି ସଜାଡି ଦେଇଛୁ , ଆ ବସ ମୁଁ ତୋ ପାଇଁ ଖାଇବା ଆଣେ ।
    ଯେମିତି ମିନତୀ ଖାଇବା ରଖିଛି ,ପିଲାଟି ତା ପକେଟ ରୁ ଜରି ଗୋଟେ କାଢି ସେଥିରେ ଭରିବାକୁ ଲାଗିଲା
    ଭୋକରେ କାମ କଲୁ ,ଏବେ ତ ବସି କି ଖା , ଆଉ ଦରକାର ହେଲେ ଦେବୀ ।
    ନା ଆଣ୍ଟି ମୋ ମା ଙ୍କ ଦେହ ବହୁତ ଖରାପ ଅଛି , ସରକାରୀ ଡାକ୍ତରଖାନାରୁ ଔଷଧ ତ ମିଳିଗଲା ,କିନ୍ତୁ ଡାକ୍ତର ବାବୁ ଖାଲି ପେଟରେ ଖାଇବାକୁ ମନା କରିଛନ୍ତି ।
    ©bimalendu71