• bimalendu71 15w

    ବୁଝାମଣା

    ବିବାହ ର କିଛିବର୍ଷ ପରେ ଦିନେ ହଠାତ ଦୁଇ ବାଲ୍ୟ ବନ୍ଧୁ , ରଶ୍ମି ଓ ରାକେଶ ଙ୍କର ସାକ୍ଷାତ ହେଲା ।ଦୁଇ ଜଣ ବହୁତ ଖୁସି ହେଲେ ,ଅନେକ ଗପ ସପ କଲେ ଓ ପରସ୍ପର ର ବୈବାହିକ ଜୀବନ କେମିତି ଚାଲିଛି ତାର ଜିଜ୍ଞାସା କଲେ ।
    ରଶ୍ମି କହିଲା ଆରେ ରାକେଶ , ଆଉ ଶୁଣାଅ କେମିତି ଚାଲିଛି ତୁମ ବୈବାହିକ ଜୀବନ
    ରାକେଶ , ଭଗବାନ ଙ୍କ କୃପାରୁ ସବୁ ଭଲରେ ଚାଲିଛି।ଆମ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ବୁଝାମଣା ଅଛି । ସକାଳୁ ଉଠି ଆମେ ଦୁଇଜଣ ମିଶି ଜଳଖିଆ ବନାଉ ଓ ଗପସପ ରେ ବାସନ ଧୋଇ ଦେଉ , ସ୍ନେହ ପ୍ରେମରେ ମିଶିକି ସବୁ କପଡ଼ା ଧୋଇ ଦେଉ ।କେବେ କେବେ ସେ କିଛି ବିଶେଷ ଆଇଟମ କୁହନ୍ତି ମୁଁ ବନେଇ ଦିଏ ,ମୋ ଇଚ୍ଛା ରେ ବି କିଛି ଆଇଟମ ବନେଇ ଲେ ବି ସେ ଖାଇ ନିଅନ୍ତି । କିନ୍ତୁ ମୋ ସ୍ତ୍ରୀ ବହୁତ ସଫା ସୁତୁରା ପ୍ରିୟ , ସେଥିପାଇଁ ଘରର ସଫା ସୁତୁରା ପ୍ରାୟ ମୋ ଦାୟିତ୍ୱ ।
    ତାପରେ ରାକେଶ ,ରଶ୍ମିକୁ କହିଲା ତମେ ଶୁଣାଅ ତମର କେମିତି ଚାଲିଛି ?
    ରଶ୍ମି କହିଲା , ବୁଝିଲ ରାକେଶ ବେଜତି ତ ମୋର ବି ସେତିକି ହେଉଛି,ଯେତିକି ତମର ହେଉଛି ,ହେଲେ ତମ ଭଳିଆ ଏପରି power point presentation ମତେ କରି ଆସେନି ।
    ©bimalendu71