• bimalchand_patnaik 13w

    ଛି......
    *****

    ମୀନା ବାପା ଖାଲି କୋଷୁଥିଲା ନିଜକୁ । ଧିକକାରୁଥିଲା ପିତୃତ୍ବ କୁ। ଛେଳି ଚରାଇବାକୁ ଜିଦ୍ ଧରିବାରୁ ପଠେଇଦେଲା ଜଙ୍ଗଲ କୁ। ପ୍ରଭାବିତ ହୋଇଥିଲା ସେଦିନ ର ନେତାଙ୍କ ନାରୀ ସଶକ୍ତିକରଣ ଭାଷଣରେ। ଆଠ ଦିନ ପରେ ଆବିଷ୍କୃତ ହେଲା ତା' ହୃଦଚନ୍ଦନ ହାସପାତାଳ ରେ। ଲୋକଙ୍କ ବକ୍ତବ୍ୟ "ମାଙ୍କଡ ଖାଇଗଲେ ଛୁଆକୁ " ବିନ୍ଧି ପକାଉଥିଲା ତା ଅନ୍ତରାତ୍ମା କୁ। ଭାବୁଥିଲା ଏମାନେ ମାଙ୍କଡ ନୁହଁ ତ ଆଉ କଣ?
    ବସିପଡି ମୁଣ୍ଡ ଆଉଁସି ଦେଲା ଝିଅର। ମୀନା କହୁଥିଲା , "ଏଥର ତମ କଥା ସବୁବେଳେ ଶୁଣିବି ବାପା। କେବେ ଅବାଧ୍ୟ ହେବିନି। ଛେଳି କରାଇବା ତ ପୁଅଙ୍କ କାମ ନା। ଏଥର ଖାଲି ଘରେହିଁ ରହିବି। ମାଁଙ୍କୁ କାମରେ ସାହାଯ୍ୟ କରିବି। ତମେ କାନ୍ଦନି ନ ହେଲେ ମୁଁ ବି କାନ୍ଦି ପକେଇବି।
    (ବିମଳଚାନ୍ଦ ; ଦୁର୍ଗୀ, ରାୟଗଡ )
    ©bimalchand_patnaik