• debasish2018 5w

    ଵିଷ

    ଫଳ ରେ, ଫୁଲ ରେ
    କଥା ରେ, ମନ ରେ ,
    ଭରି ରହିଅଛି ବିଷ ।

    ବିଷ ଖାଦ୍ୟ ଖାଇ,
    ବିଷ ପାଣି ପିଇ,
    ବିଷମୟ ଏ ମଣିଷ ।।

    ଘେନି ବିଷ ମନ,
    ଅସାର ଜୀବନ,
    ହୋଇଯିବ ନିଶେଷ ।।।

    ସାଗର ମନ୍ଥନେ,
    ନିର୍ଗତ ଗରଳ,
    ପାନ କଲେ ମହା ଈଶ ।।।।

    ଏ ପରା ମଣିଷ,
    ନୁହେ ମହା ଈଶ,
    ନିମିଷକେ ହେବ ଶେଷ
    ନିମିଷକେ ହେବ ଶେଷ ।।।।।


    ©debasish2018