• binay2018 6w

    ଆମ ସମ୍ବିଧାନ ନାରୀକୁ ସମାନ ଅଧୀକାର ଦେଲେ ବା ଲାଭ କଣ? ଆମେ ଆମ ପରିବାରରେ ଝିଅକୁ ପୁଅ ସହିତ ସମାନ ଅଧୀକାର ଦେବା ଏଯାଏ ଶିଖି ପାରିଲୁନି । ଗଳ୍ପରେ ପ୍ରେମକୁ ଏକ ଉଦାହରଣ ଭାବେ ନିଆ ଯାଇଛି, କିନ୍ତୁ ଝିଅଙ୍କୁ ଚାଲିବା, କଥା କହିବା, ପୋଷାକ ପିନ୍ଧିବା, ଖେଳକୁଦ୍ କରିବା ବା ପାଠ ପଢିବା ପାଇଁ ପୁଅଙ୍କ ସହିତ ସମାନ ଅଧୀକାର ଦେଇ ପାରିଛୁ କି?

    Read More

    ଘରର ଇଜ୍ଜତ୍

    ବୋଉ ବାପାଙ୍କୁ ଚୁପ କରି କହିଲା, ଜାଣିଚ, ତମ ପୁଅ ବଡପିଲା ହୋଇଗଲାଣି ସେ କୋଉ ଝିଅକୁ ଭଲ ପାଉଛି, ପୁଅ ତୁମର ପ୍ରେମ କଲାଣି । ବାପା ଠୋ ଠୋ ହୋଇ ହସିଲେ କହିଲେ, ହା, ହା, ହା ପୁଅ କାହାର?? ପୁଅ ମୋର ଯୁବକ ହେଲାଣି କଲେଜରେ ପାଠ ପଢୁଛି ଏ ବୟସରେ ପ୍ରେମ କରିବନି ତ କଣ ବୁଢା ହେଲେ କରିବ? ମୁଁ କଲେଜ ପଢିଲା ବେଳେ ଦି ଦିଟା ଝିଅ ଫସେଇ ରଖିଥିଲି । ବୋଉ ଲାଜେଇ ଗଲା । ମୋତେ ଖୁସି ଲାଗିଲା, ବାପା ମୋର ଓପନ ମାଇଣ୍ଡେଡ ମଡର୍ଣ୍ଣ ବାପା ।

    ଦିଦି ବି କଲେଜରେ ପଢେ, ବୋଉ ଦିନେ ପଢା ଟେବୁଲ ଝାଡୁ ଝାଡୁ ଦିଦିର କେମିଷ୍ଟ୍ରି ବହିରୁ କହାର ଲଭଲେଟର ଦେଖିଦେଲା । ପୁରା ଘରକୁ କମ୍ପେଇ ଦେଲା, ଦିଦିକୁ ଦି ଚାପୁଡା ମାରି ପଚାରିଲା କିଏ ସିଏ ଟୋକା? ତୋତେ କଲେଜ ପଠେଇ ଭୂଲ ହେଇଗଲା । ବାପାଙ୍କର ଇଜ୍ଜତ ମହତ ପଦାରେ ପକେଇବୁ ତୁ । ବାପା ଶୁଣିଲେ, ମୁଣ୍ଡରେ ହାତ ବାଡେଇ ଭାଗ୍ୟକୁ ବହେ ନିନ୍ଦିଲେ, କପାଳକୁ ଦୋଷ ଦେଲେ, ଯୁଗ କୁଆଡେ ଗଲା ବୋଲି ନିଜକୁ ନିଜେ ପଚାରି ହେଲେ । ଘରର ଇଜ୍ଜତ ଚାଲିଗଲା କହିଲେ । ଝିଅ ଜନ୍ମ କରି ମନସ୍ତାପ କରୁଥିଲେ ।

    ମନେ ମନେ ଭାବୁଥିଲି, କୁଆଡେ ଗଲେ ସେଇ ଓପନ ମାଇଣ୍ଡେଡ୍ ମଡର୍ଣ୍ଣ ବାପା? ଏମିତି ଦୋହରା ମାନସିକତା କେମିତି ଦେଖାଇ ପାରନ୍ତି ନିଜର ଜନ୍ମ କଲା ପିଲାଙ୍କ ପାଇଁ । ପୁଅ ପ୍ରେମ କଲେ ଘରର ଇଜ୍ଜତ ବଢେ, ଝିଅ ପ୍ରେମ କଲେ ଘରର ଇଜ୍ଜତ ଯାଏ ???
    * ବିନୟ ମହାପାତ୍ର

    ©binay2018