• samzstory 15w

    ଛୋଟ ଛୋଟ କଥା

    ତୁମେ ଯେବେ ପଚାର,
    ତୁମେ କଣ ଅନୁଭବ କର,
    ମୁଁ କହେ ମୁଁ ଭଲପାଏ ।

    ତୁମେ ଯେବେ କୁହ,
    ମୁଁ କେମିତି ଜାଣିବି,
    ମୁଁ କହେ ବିଶ୍ୱାସ କର ।

    ହେଲେ ଯଦି ସେତିକିବି
    ଯଥେଷ୍ଟ ନୁହେଁ
    ତେବେ ଶୁଣ ....

    ତୁମର ସେ ଛୋଟ ଛୋଟ କଥା,
    ତୁମର ସେ ଅବୁଝା ଚାହାଣୀ,
    ଟିକେ ଟିକେ କଥାରେ ରାଗିବା,
    ପୁଣି କାନ୍ଦି କାନ୍ଦି ମୋ କୋଳରେ ଶୋଇବା,
    ଏ ସବୁ ମତେ ପୁଣି ଥରେ
    ପକାଏ ପ୍ରେମରେ ତୁମର ।

    ମତେ ପଚାରନା ,
    କାହିଁକି ପାଏ ମୁଁ ଭଲ
    ଜାଣିନି ମୁଁ କାହିଁକିର ଉତ୍ତର
    ଆଉ କେବେ ଜାଣିବାର ଚେଷ୍ଟା ବି କରିନି ।।

    ©ସମ୍ବିତ
    ©samzstory