• binay2018 5w

    ପଞ୍ଚଭୂତର ଏ ଶରୀର ତ ଏକ କରଜ, ମଣିଷକୁ ବାହୁଡିବା ପୂର୍ବରୁ ଏ ସବୁ ଫେରାଇ ଦେଇ ଯିବାକୁ ହୁଏ ।

    Read More

    'ପଞ୍ଚଭୂତର କରଜ'

    କଣ ବା ବଞ୍ଚିଛି ଆଉ
    ଛଡାଇ ନେବବୋଲି ଲୁଚାଇ ରଖିବି,
    ଜିତିବାର ଚିନ୍ତା ନାହିଁ ମୋର
    ହାରିବାକୁ କିଏ ବା ଡରିଛି ?
    ଭାବନା ନାହିଁ ମୋର
    କାହା କାହାକୁ ଜିତି ମୁଁ ପାରିବି !
    ମୋତେ ତ କେବଳ ଏତିକି ଚିନ୍ତା
    କାହା ପାଖେ ଆଉ କଣ ହାରିଯିବି !
    ହାରିବାକୁ କଣ ଅବା ରହିଅଛି ବାକି ?
    ସମୟ ତ ନେଇଗଲା
    ବାଲ୍ୟ ଚପଳତା ମୋର,
    କୈଶୁରର ସରସତା ଆଉ
    ଯୌବନର ସବୁ ମାଦକତା ।
    ପ୍ରତିଟି ବସନ୍ତର ସାଥେ ସାଥେ
    ଝଡାପତ୍ର ପରି ଝଡିଗଲା
    ସପନ ଯେତେକ,
    କିଏ ମୋର ମନକୁ ଚୋରାଇ ନେଲା
    କିଏ ମୋର ହୃଦୟକୁ ଜିତିଗଲା,
    ପ୍ରେମ ସବୁ ବାଣ୍ଟି ହୋଇଗଲା,
    ପ୍ରିୟା ପ୍ରିତି ସାଙ୍ଗ ସାଥି ମେଳେ ।
    ପ୍ରତିଟି ବିତିଗଲା ଦିନ କାଢିନେଲା
    ପଳ ପଳ ଶକ୍ତି ସାମର୍ଥ୍ୟ ଏ ଦେହୁ ।
    ଶ୍ରାବଣ ଧୋଇନେଲା କେଶ କଳାରଙ୍ଗ
    ବୈଶାଖ ଜାଳିଦେଲା,
    ଚିକ୍କଣ ତ୍ୱଚ୍ଚାର ନାଲିମା
    ସବୁକିଛି ତ ହାରିଦେଲି
    ସଂସାରର ଏଇ ଭିଡଭାଡ୍ ବଜାରରେ,
    କଣ ବା ରହିଗଲା ବାକି ହାରିବାକୁ ଏବେ ?
    ଏଇ ଜରାଜିର୍ଣ୍ଣ ଦେହ?
    ହାଃ, ପଞ୍ଚ ଭୂତର କରଜ ଏ ଦେହ
    ଫେରାଇ ଦେବାକୁ ତ ହେବ
    ବାକି ଏଇ ବଳକା ରହିଗଲା ଯାହା,
    ଘରକୁ ମୋ ଫେରିଯିବା ଆଗୁ ।
    * ବିନୟ ମହାପାତ୍ର

    ©binay2018