• binay2018 15w

    " ପଳାଶ "

    ପ୍ରଣୟର ତୁମେ ଦେବୀ ଟିଏ ବୋଲି
    କରିଥିଲି ତୁମ ଆରାଧନା,
    କେମିତି ଜାଣନ୍ତି ପାଷାଣ ତୁମେ ଗୋ
    ଭାପ୍ରଣୟରଙ୍ଗି ମନ ମୋର କଲ ଚୁନା ।।

    ଅଜାଣତେ ମୁଁ, ଯେ ଭୁଲ କରିଲି
    ସେ ପାଇଁ ପାରୁନି ଭୁଲି,
    ପଥର ନୁହଁଇ କାଚ ବି ନୁହେଁ ଗୋ
    ମନ ମୋର ଭାଙ୍ଗି ହେଲା ଧୂଳି ।
    ଚକମକି ତୁମ ଚମକ ଦେଖି ମୁଁ,
    ମିଛ ଭରମରେ ଭାବିଲି ସୁନା,
    କେମିତି ଜାଣନ୍ତି ପାଷାଣ ତୁମେ ଗୋ
    ଭାଙ୍ଗି ମନ ମୋର କଲ ଚୁନା ।।

    ସ୍ୱପ୍ନ ପରୀ ବୋଲି ଭାବୁ ଥିଲି ଯାହା
    ତୁମକୁ ଗୋ ମନେ ମନେ,
    ଭାବିଥିଲି ତୁମେ ନରମ କଳିକା
    ମୋର ମନ ଉପବନେ ।
    ପ୍ରଣୟର ତୁମେ ଦେବୀ ଟିଏ ବୋଲି
    କରିଥିଲି ତୁମ ଆରାଧନା,
    ପଳାଶ ତୁମେ ଗୋ ଜାଣି ମୁଁ ନଥିଲି
    ସୁନ୍ଦର ସିନା ହେଲେ ଗନ୍ଧ ହୀନା ।।
    * ବିନୟ ମହାପାତ୍ର
    ©binay2018