• binay2018 24w

    " ଶ୍ରାବଣ "

    ଶ୍ରାବଣ ଆଜି କୃଷ୍ଣା ସାଜିଛି
    ବିରହିଣୀ ଆଖି କଜଳ ନେଇ,
    ବରଷା ଆଜି ନାୟିକା ସାଜିଛି
    ନର୍ତ୍ତକୀ ପାଦ ନୂପୁର ନେଇ ।।

    ମଧୁ ଜଲ୍ସାରେ ନୃତ୍ୟ ପ୍ରବୀଣା
    ବରଷା ରାଣୀ,
    ମେଘ ଡମ୍ବରୁ ଗୁମୁରି ଗାଉଛି
    ରାଗ ରାଗିଣୀ ।
    ଛମ୍ ଛମା ଛମ୍ ନାଚି ଯାଉଛି ସେ
    ନର୍ତ୍ତକୀ ପାଦ ଛନ୍ଦ ନେଇ,
    ଶ୍ରାବଣ ଆଜି କୃଷ୍ଣା ସାଜିଛି
    ବିରହିଣୀ ଆଖି କଜଳ ନେଇ,।।

    ଛନ୍ଦା ଆଜି ସେ ମଧୁ ଛନ୍ଦାର
    ଚୋରାଇ ବାସ,
    ହାସ୍ୟ ମୟୀ ସେ ଅଭିସାରିକାର
    ଚୋରାଇ ହସ ।
    ରିମ୍ ଝିମ୍ ରିମ୍ ନାଚି ଯାଉଛି ସେ
    ବିରହିଣୀ ବୁକେ ବେଦନା ଦେଇ
    ବରଷା ଆଜି ନାୟିକା ସାଜିଛି
    ନର୍ତ୍ତକୀ ପାଦ ନୂପୁର ନେଇ ।।
    * ବିନୟ ମହାପାତ୍ର
    ©binay2018