• ramprasad 45w

    ଅଳ୍ପ,ଅଳ୍ପ,ଆବେଗ

    ଅନ୍ତଃସ୍ୱର-୬୭

    କାହିଁକି,କେମିତି,କଣ ?
    ତୋ ପ୍ରେମେ କା-କ-ର ପଚାରୁ ନା ମତେ,
    ତୋ ପ୍ରେମ ପଥେ
    ତୁ ନିଜେ ମସଗୁଲ
    ମୁଁ ମୋ କବିତା ଛନ୍ଦେ ବନ୍ଧା
    ତୋ ସହ,
    ତୁ ସବୁ ବେଳେ ଦୁଇ ବୁନ୍ଦା,
    ମୁଁ ଅତୃପ୍ତ ଅସନ୍ତୁଷ୍ଟ କହି ଚାଲିଗଲୁ
    ତୁ ପରା ବନି
    ପ୍ରବାସୀ ପକ୍ଷୀ ମେଲି ତୋ ଦୁଇ ଡେଣା,
    କହି ଦି ପଦ;
    ମତେ ବଞ୍ଚାଇ ରଖୁବୁ ଯେତେଦିନ
    ଥିବେ ମହିମଣ୍ଡଳେ ସୂର୍ଯ୍ୟ ଚନ୍ଦ୍ର
    କେବେ ବୁଝିବୁ
    କା-କ-ର
    ଅସନ୍ତୁଷ୍ଟ ଆତ୍ମାର ଦହନ
    ତୃଷ୍ନା
    ଶୁଖିଲା ଶୋଷିଲା ଆତୁର ପ୍ରାଣର,
    ତୋ ଚରଣେ ସମର୍ପିତ
    ଭେଟି
    କା-କା-ର
    କବିତା ତ ନୁହେଁ କବିର
    କେବଳ,
    ଅଳ୍ପ ଅଳ୍ପ ଆବେଗ------!

    ©®କାଶ୍ୟପ,ରାୟଗଡା .