• wizard101 10w

    ଆଦିତ୍ୟ -"ପନ୍ଦର ନମ୍ବର ୱାର୍ଡ ରେ ଦୁଇ ନମ୍ବର ପେସେଣ୍ଟ, ଯାହାଙ୍କ ହାର୍ଟଆଟାକ....... " ପ୍ରତିତ୍ତୋର ଦେଇଥିଲା ଆଦିତ୍ୟ

    ଡା - "ସେ ଠିକ ଅଛନ୍ତି, ଡ଼ଃ ସାହୁ ତାଙ୍କୁ ଦେଖିଛନ୍ତି, ମୁଁ ଆଉ ଥରେ ଦେଖିଦେବି.... କୌଣସି ବ୍ୟସ୍ତ ହେବାର ଆବଶ୍ୟକ ନାହିଁ, ବୃଦ୍ଧାବସ୍ଥା ରେ ଏମିତି ହେବାଟା ସାମାନ୍ୟ |ଯାହାହେଉ ଆପଣ ମାନେ ତାଙ୍କୁ ଜଲ୍ଦି ନେଇଆସିଛନ୍ତି, ତାହା ବଡ଼ ଗୁରୁତ୍ୱପୂର୍ଣ୍ଣ କଥା |

    ପଛରୁ ଜଣେ ବୃଦ୍ଧ ଅନୁରୋଧ ଶୈଳୀରେ ଦୌଡ଼ି ଆସିଲେ ଡାକ୍ତରଙ୍କ ଆଗକୁ
    ବୃଦ୍ଧା-" ତାଙ୍କୁ ଠିକ କରିଦେ ଆକାଶ " ପ୍ରକମ୍ପିତ ଅଧରର ଧ୍ୱନିରେ ଫୁଟିଉଠୁଥିଲା ତାଙ୍କ ମିନତିର ଭାବନା

    ଡା -" ତୁମେ କିଏ? ତୁମେ ମୋ ନାଁ କେମିତି ଜାଣିଲ, ଆଉ ଏଇଟା ଡାକ୍ତରଖାନା, ଆମେ ମଣିଷ.. ଭଗବାନ ନୁହଁ | ଆମେ ଆମ କର୍ତବ୍ୟ କରୁଛୁ, ଏଇଠି ସବୁ ସମାନ |" ବିରକ୍ତିକର ପ୍ରଶ୍ନଥଳି ଟିଏ ବଢ଼େଇଦେଲେ ବୃଦ୍ଧଙ୍କ ହାତକୁ |

    2ୟ ବୃଦ୍ଧ -"ତୁମେ ଆମକୁ ଜାଣିନ ଆକାଶ, ଆମେ ତୁମ ମା ଙ୍କ whatsapp ଗ୍ରୁପ ସାଙ୍ଗ | ସିକ୍ସଟିପ୍ଲସ ନାମକ ଏକ whatsapp ଗ୍ରୁପ ଆମର "
    Twt@gopikishan101