• wizard101 5w

    ମାନବିକତା (୫)

    ........ନାରୀ ମନର ବାତ୍ସଲ୍ୟ ଯାହା ମୋ ଆଖିଦେଇ ବହିଯାଉଥିଲା ତାହା ଏବେ ଶାନ୍ତ ହେଲା। ତିନିଯୁବକ ସେ ପକ୍ଷୀଟିକୁ ପାଖ ଦୋକାନ ଭିତରକୁ ନେଇଗଲେ ଆଉ ପାଣି ପିଆଇବାକୁ ଚେଷ୍ଟା କରୁଥିଲେ।ନୀରବଦ୍ରଷ୍ଟା ସାଜିଥିଲି ମୁଁ।

    ମନ ଭିତର ଅଶ୍ୱସ୍ତି ମୋ ମୁହଁରେ ହସର ପାଖୁଡା ଫୁଟେଇ ଥିଲା।ଆଉ ସେଇ ହସର ପ୍ରସାରଣ ରାସ୍ତା ଅନ୍ୟପଟେ ଠିଆହୋଇ ଥିବା ଜଣେ ୧୮-୨୦ ବର୍ଷର ଯୁବକ ବଦନରେ ଫୁଟି ଉଠିଥିଲା ।

    ନାଲି ନେଳୀ ରଙ୍ଗର ବାଳ, ମୁହଁର ଥୋଡି କଅଁରା । ଅଧା ପନ୍ତରିଆ ଫଟା ପ୍ୟାଣ୍ଟ। ବେକରେ ରକମ ରକମ ମାଳି, ଲକେଟ, କାନରେ କଳା ପେଁଥ, ନାକରେ ନୋଥ। ତାର ହାତଭଙ୍ଗୀ ଇଙ୍ଗିତ ମୋର ଦୃଷ୍ଟିକୁ ତା ଦିଗକୁ ଟାଣିବାକୁ ରୋକି ପାରିଲିନି । ଯେମିତି କେମିତି କରି ସେଇ ଭିଡ ଭିତରେ ସେ ରାସ୍ତା ଏପଟକୁ ଆସିସାରିଥିଲା। ଆଉ ସେ ପକ୍ଷୀଟି ପ୍ରତି ମୋ ଦୃଷ୍ଟି ହଟେଇବାରେ ଲାଗିଥିଲା।

    "ତୁମେ ମୋତେ ଭଲ ଲାଗୁଛ"

    ଏତକ କହି ଗୁଟୁଖାର ଏକ ସୁକ୍ଷ୍ମ ଦୁର୍ଗନ୍ଧ ପରିବେଶକୁ ଖରାପ କରିବା ପାଇଁ ଯଥେଷ୍ଟ ଥିଲା। ମୋର ଦୃଷ୍ଟି ସେ ତିନି ଯୁବକଙ୍କ ଉପରେ ହିଁ ଥିଲା ,କଣ କଲେ, କେଉଁଠିକୁ ନେଲେ, କଉଠି ଛାଡିଲେ?

    "ମଝି ରାସ୍ତାରେ ଠିଆ ହୋଇ ଅନେକ ଶୁଣିଛି ଏମିତି "
    ଏତକ କହି,ଧନ୍ୟବାଦର ଗୋଟେ ପୋଟଳି ଧରେଇ ଦେଇ ପୁଣି ଆଖି ବୁଲେଇ ଆଣିଲି ସବୁ ଆଡେ।

    ସମୁଦ୍ରର ବାଲିଚର ଭିତରେ ଯେମିତି ସେମାନେ କୋଉ ଲହଡି ସହ ସଂଘର୍ଷ କରୁଥିଲେ, ତାହା ମୋତେ ଆଦୌ ଜଣା ପଡୁନଥିଲା।ଅନେକ ବାଟକୁ ଆଖି ପକାଇଲି। ଦୃଷ୍ଟି ଶକ୍ତିର ପରିଧି ଟିକେ ଲମ୍ବାକଲାପରେ ବି ସବୁଠି ରବର୍ଟ ପାଇଲି।ପାଖରେ ଠିଆ ହୋଇ ସେମିତି ମୁଚୁକୁନ୍ଦିଆ ହସ ହସୁଥାଏ ସେ ଟୋକା। ମଝି ମଝିରେ ୩-୪କିଲୋର ଝାଲୁଆ ଗନ୍ଧ ଭାସି ଆସୁଥାଏ ମୋ ଆଡ଼କୁ। କିଛି ନ କହି ଆଗକୁ ବଢି ଯିବା ଛଡା ଆଉ କିଛି ଉପାୟ ନ ଥିଲା।
    ସୂର୍ଯ୍ୟାଭ ଟିକେ ଶାନ୍ତ, ନିରସ ହୋଇ ଆସୁଛନ୍ତି। ଆଶାର ସୁରଜ ପୁଣି ଉଇଁବ, ଆଉ ଅଝଟ ମନର ତୃଷ୍ନା କେବେ ଶାନ୍ତ ହେବ ।
    ଦୂରଦିଗନ୍ତ ଯାଏ ଆଖି ସେମିତି ଚାତକ ପରି ଚାହିଁଛି........
    ©ଗୋପୀକିଶନ