• wizard101 5w

    ମାନବିକତା। (୪)

    ................ହେଲେ କଣ ଚିରସ୍ରୋତା ସମୟର ଦ୍ୱାହି ଦେଇ ଆମ ମାନବିକତାକୁ ତଣ୍ଟି ଚିପି ହେବ? ମନଭିତରେ ଅନେକ ବାଦବିବାଦ ପରେ ମୋର ପାଦ ବଢି ଚାଲି ଥିଲା ସେଇ ନିଃସହାୟ ନୀଡ଼ହରାର ସାହାଯ୍ୟ ଉଦ୍ଦେଶ୍ୟରେ। କାହିଁ କେତେ ଯେ ଗହନ କଥାର ଦୁଶ୍ଚିନ୍ତା ଉଙ୍କି ମାରୁଥିଲା ମନ ଭିତରେ।

    କାତରଭରା ଚାହାଣୀରେ ପଡିରହିଥିଲା ମୋ ସମ୍ମୁଖରେ ଆଉ କୋଳାହଳ ଅମାନବୀ ରୋବୋଟ ଭିତରେ ମୁଁ ଯେମିତି ତା ପରି ପଙ୍ଗୁହୋଇ ଠିଆ ହୋଇରହିଥିଲି। ଗାଡି ମଟରର ପେଂ ପାଁ ଶବ୍ଦରେ ପକ୍ଷୀଟି ଅନେଇ ପଡିଥିଲା ପାଣି ଟୋପାକ ପାଇଁ। ଅଣ୍ଟାରେ ନାଲି ଦୁପଟା ଟି ଭିଡି ଅନେକ ଚେଷ୍ଟା କଲି ରାସ୍ତା ପାରିହେବାକୁ, କିନ୍ତୁ ବାରମ୍ବାର ବିଫଳତାର ସିଡ଼ିର ଉପର ସୋପାନରେ ନିଜକୁ ପାଇଲି।ଓଜନିଆ ଲମ୍ବା କାନ ପେଁଥ ହଳକ ଯେମିତି ଟାଣି ଧରୁଥିଲେ ମୋତେ ଆଗକୁ ଟପି ନ ଯିବାକୁ।

    ଦେଖୁ ଦେଖୁ ସେଇ ପାଖରେ ସାଇଁ କରି ଯୁବକ ତିନୋଟି ଗାଡି ରଖିଲେ ଆଉ ଦୋକାନଭିତରକୁ ପଶି ଗଲେ ନିଜ କାମରେ। ଆଶାର ଦୀପଟି ପୁଣି ଥମି ଗଲା। କଣ କାହାରି ନଜର ପଡୁନି ସେ ନିରୀହ ପକ୍ଷୀଟି ଉପରେ । ନିଜ ଜନ୍ମଦାତ୍ରୀଙ୍କୁ ଯେଉଁମାନେ କୀଟ ପରି ଦେଖନ୍ତି, (ଯାହାଙ୍କ) ବୃଦ୍ଧାଶ୍ରମ ଶେଷ ଠିକଣା ହୁଏ, ଏଇ ସାମାନ୍ୟ ପକ୍ଷୀଟି ପାଇଁ ସେମାନେ କାହିଁକି ଏତେ ସଦୟ ହେବ ? ରାସ୍ତାରେ ନିଜ ମାନବ ଜାତିର ସାହାଯ୍ୟ ନିମନ୍ତେ ଆଗେଇ ଆସିବାକୁ କହିଲେ ଦୁଇପାଦ ଗୋଡ ପଛେଇ ୟାକୁ ତାକୁ ଅନେଇବା ଜାତି ଏମାନେ। ୟାଙ୍କ ପାଖରୁ କିଛି ଆଶା ରଖିବା ମୋର ମୂର୍ଖାମୀ।

    ଅଜାଣତରେ ଆଖିରୁ ଲୁହ ଝରଣା ବହି ଚାଲିଥିଲା, ହୃଦୟର କରୁଣା ନଦୀଟି ବହି ଯାଆନ୍ତା କି ରାସ୍ତାର ଆର କଡ଼କୁ ଆଉ ତୃଷ୍ଣା ମେଂଟେଇ ସନ୍ତୁଷ୍ଟ ହୁଅନ୍ତା ଜୀବଶ୍ରେଷ୍ଠ। ସେଇ ଯୁବକ ମାନଙ୍କ ଭିତରୁ ଜଣେ ଯୁବକର ଆଖି ସେଇ ପକ୍ଷୀଟି ଉପରେ ପଡ଼ିଲା ଆଉ ତତ୍ କ୍ଷଣାତ ସେ ତା କୋମଳ ପାପୁଲିରେ ପାଛୋଟିନେଲା ନୀଡ଼କାତର ଜୀବଟିକୁ। ଆଶ୍ୱସ୍ତ ହେଲି କିଛି କ୍ଷଣ।
    ©ଗୋପୀକିଶନ