• shinningseenu 30w

    ଅନ୍ୟ ଏକ ସାବିତ୍ରୀ

    ସାଧନା ବେହେରା ଜଣେ ଟ୍ରାଫିକ ପୋଲିସ ଭାବେ କାର୍ଯ୍ୟରତ। ବାହାଘରକୁ ଚାରିବର୍ଷ ପୁରିଲାଣି। ଦେଖିବାକୁ ଗଲେ ସାଧନାଙ୍କ ବୈବାହିକ ଗାଡି କେତେବେଳେ ଏନ୍.ଏହ୍. ତ କେବେ ସ୍ପିଡ୍ ବ୍ରେକର ଦେଇ ଏକ ମଧ୍ୟମ ବେଗରେ ଗତି କରୁଛି। ସାଧନାଙ୍କ ଚାକିରୀକୁ ନେଇ ବହୁ ସମୟରେ ବହୁ ଲୋକ ପ୍ରଶ୍ନ କରନ୍ତି। "ଝିଅଟେ କେମିତି ଟ୍ରାଫିକ ପୋଲିସ ହେଲା? ବିଚ୍ ରାସ୍ତାରେ ଘର ବୋହୂ ଠିଆ ହେଇ କଣ ଗୋଟେ ଉପୁରଜୋଗିଆ କାମ କରୁଛି? ଝିଅଙ୍କ ପାଇଁ ଶିକ୍ଷକ ହେବାଟା ସବୁଠାରୁ ଭଲ ଚାକିରୀ। ଦଶରୁ ଚାର ଚାକିରୀ ଆଉ ଛୁଟି ଯେ ଛୁଟି। କେମିତି ୟା ଘରଲୋକ ରାଜି ହେଲେ କେଜାଣି ଏମିତି ଚାକିରୀ ପାଇଁ।" ଇତ୍ୟାଦି ଇତ୍ୟାଦି। ବହୁତ ବର୍ଷ ଯାଏଁ ସାଧନାଙ୍କ ବାହାଘର ମଧ୍ୟ ତାଙ୍କ ଚାକିରୀ ଯୋଗୁଁ ହେଇପାରୁନଥିଲା। ବର ଖୋଜା ହବାର ଦୀର୍ଘ ଛ' ବର୍ଷ ପରେ ସାଧନାଙ୍କ ବାହାଘର ହେଇପାରିଲା ଅବିନାଶଙ୍କ ସହ। ଅବିନାଶ ପ୍ରଥମ ଦେଖାରେ ସାଧନାଙ୍କୁ ପଚାରିଥିଲେ ଯେ ସେ କାହିଁକି ଟ୍ରାଫିକ ପୋଲିସ ହେଲେ। ଏଇ ପ୍ରଶ୍ନର ଉତ୍ତରରେ ସାଧନା କହିଥିଲେ, "ଏଇ ଚାକିରୀ ଟା କଣ ଖରାପ? ଆପଣ ଭାବୁଥିବେ ଝିଅ ଟେ ପାଇଁ ଏଇ ଚାକିରୀ ଠିକ ନୁହେଁ? ସେମିତି ତ ଝିଅ ମାନଙ୍କ ପାଇଁ କୌଣସି ଚାକିରୀ ଠିକ ନୁହେଁ। ମୁଁ ନିଷ୍ଠାର ସହିତ ପରିଶ୍ରମ କରୁଛି। ଅନ୍ୟାୟ କିମ୍ବା ଭୁଲ ପନ୍ଥାରେ ଧନ ଉପାର୍ଜନ କରୁନି। କେବେ ନା କେବେ ତ ଆମକୁ ଏଇ ସବୁ ଚିନ୍ତାଧାରାକୁ ପଛରେ ଛାଡିବାକୁ ହବ, ନହେଲେ ଆଗକୁ ବଢିବା କେମିତି?" ଅବିନାଶ ଖୁବ୍ ପ୍ରଭାବିତ ହେଇଥିଲେ ସାଧନାଙ୍କ ଉତ୍ତରରେ।
    ଅନ୍ୟମାନଙ୍କ ପରି ସାଧନାଙ୍କ ଶାଶୁଙ୍କର ମଧ୍ୟ ଏଇ ଚାକିରୀ ପସନ୍ଦ ନଥିଲା। ଚାକିରୀ ସହ ସେ ପରିବାର ର ସନ୍ତୁଳନ ଯେତେ ବସେଇବାକୁ ଚେଷ୍ଟା କଲେ ମଧ୍ୟ ଶାଶୁଙ୍କୁ ଖୁସି କରିପାରନ୍ତିନି। ଶାଶୁ ଅସନ୍ତୋଷର କାରଣ ଯେ ବୋହୂ କାହିଁକି ସବୁ ପର୍ବରେ ଘରେ ରହୁନି। ଏତେ ପାଠ ପଢି ଏଇ ଗାଡି ଅଟକେଇବା ଚାକିରୀ କାହିଁକି କରୁଛି ବୋହୂ। ସାଧନା ଏବଂ ଅବିନାଶ ବହୁତ ଥର ବୁଝେଇବାପାଇଁ ଚେଷ୍ଟା କରିଛନ୍ତି ଯେ ଏଇ ଚାକିରୀରେ କିଛି ଖରାପ ନାହିଁ, କିନ୍ତୁ ତାଙ୍କ ମନ ସେ ସବୁ ଯୁକ୍ତି ମାନିବାକୁ ନାରାଜ।
    ସେଦିନ ସାବିତ୍ରୀ ବ୍ରତ, ସାଧନାଙ୍କ ଡିଉଟି ସକାଳ ଦଶଟାରୁ। ସାଧନା ଅବିନାଶଙ୍କ ଅନୁମତିନେଇ ବାହାରି ଯିବା ସମୟରେ ଶାଶୁ କହିଲେ, "ଆଜି ନଯାଇଥିଲେ ହେଇନଥାନ୍ତା। ଆଉ କିଛି ପର୍ବରେ ତ ରହୁନୁ ଆଜି ତୋ ସ୍ଵାମୀ ପାଇଁ ରହିଯା।"
    ©shinningseenu