• pradeep_writes 6w

    Are we civilized?


    ଶିକ୍ଷା ବ୍ୟବସ୍ଥା ର ପରିବର୍ତ୍ତନ ଉନ୍ନତି ଦିଗରେ ନ ହୋଇ କିପରି ଅବନତିର ଚରମ ସୀମାରେ ପହଁଚି ଗଲାଣି ଆପଣମାନେ ନିଜେ ତର୍ଜମା କରନ୍ତୁ।ଅଧ୍ୟାପକ ଅଧ୍ୟାପିକା ମାନଙ୍କର ୭ ଘଣ୍ଟାର ପରିଶ୍ରମର ମୂଲ୍ୟ ଯେ ଛାତ୍ରଛାତ୍ରୀ ମାନେ ଠିକ୍ ଭାବରେ ଭରଣା କରିପାରିବେ ଏହାର ଗ୍ୟାରେଣ୍ଟି କଣ University ଵାଲା ଦେଇପାରିବେ କି ?? ଯେଉଁ ଛାତ୍ରଛାତ୍ରୀ ମାନେ ନିଜର ସୁନେଲି ଭବିଷ୍ୟତ ଗଢ଼ିବା ଲକ୍ଷ୍ୟ ନେଇ ଅଗ୍ରସର ସେମାନେ କଣ ୧୦୦ ରୁ ୧୦୦ % ପୁସ୍ତକ ପାଠର ଯଥାର୍ଥ ଉତ୍ତର ଦର୍ଶାଇ ପାରିବେ ?? ୭୫ % ଉପସ୍ଥିତିରେ ସେମାନଙ୍କର ଆଚରଣଗତ ବିବିଧତା ମଧ୍ୟରେ ଏକତା, ଚିନ୍ତାଧାରା ରେ ପରିବର୍ତ୍ତନ, ସୌଜନ୍ୟତା, ଅନ୍ୟମାନଙ୍କ ପ୍ରତି ଉଦାରତାକୁ ବଢାଯାଇ ପାରିବ କି ?? କେଉଁ ଲକ୍ଷ୍ୟକୁ ଆଖି ଆଗରେ ରଖି ଏପରି ନୂତନ ନିୟମମାନ କରାଯାଇଅଛି ଯଦି ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହିତ ଛାତ୍ରଛାତ୍ରୀ ମାନେ ଜାଣିପାରନ୍ତେ ତେବେ ସେମାନଙ୍କର ଶଙ୍କା ଦୂରୀକରଣରେ ସମାଧାନର ଏକ ପନ୍ଥା ପାଲଟି ପାରନ୍ତା।ଯେ କୌଣସି ବିଭାଗର ଅଧିକ ସଂଖ୍ୟକ ନମ୍ବର ରଖୁଥିବା ପିଲା କଣ ନିଜ ସମ୍ମାନ ପାଠ ପ୍ରତି ସତରେ ଆଗ୍ରହାନ୍ବିତ ନା ଚାକିରୀ(ଘର, ବନ୍ଧୁ, ପ୍ରେମିକ/ପ୍ରେମିକା, ଅନ୍ୟକିଛି ଚାପରେ ) କରିବା ନିମନ୍ତେ ଲୋକଦେଖାଣିଆ ପାରିବାପଣିଆକୁ ଆଦରି ନେଇଛନ୍ତି କେବଳ ସମାଧାନ ହୋଇପାରୁନଥିବା ବହିର୍ଭୁତ ଧାରଣା।

                              @143Pkdash