• ramprasad 45w

    ପ୍ରକୃତି-ଅନନ୍ୟା

    ଦେଖ
    ତୁମ ପାଇଁ ଇନ୍ଦ୍ରାଣୀ ଓଲ୍ଲାହି ଆସିଛି ଆକାଶ,
    ଦେଖି
    ତୁମ ନୟନର
    ସୁବିସ୍ତିତ,ଗଭୀର,
    କାଚକେନ୍ଦୁ ଜଳରାଶି,
    ତୁମେ ଦର୍ପଣ
    ଇନ୍ଦ୍ରାଣୀ
    ଆକାଶ ତୁମ ପ୍ରତିବିମ୍ବ,
    ଦେଖାଇ ଦିଅ
    ସତ୍ୟତା ତାକୁ ନିତି
    ପ୍ରତିସକାଳ
    ନିଜକୁ ହଜାଇ ଦିଏ
    ଆକାଶ
    ତୁମ ବକ୍ଷରେ ଶୀତୁଆ ସକାଳରେ
    କେଇ ବିନ୍ଦୁ ଢାଳି
    କା-କା-ର ଟୋପା
    ତୁମେ ଓ ଆକାଶ ଏକ ଅଭିନ୍ନ,
    ଦୁହିଁଙ୍କ
    ଦେହ ,ମନ ,ପ୍ରାଣ ହୃଦୟ
    କରିବାକୁ ଏକାକାର
    ପ୍ରତିକ୍ଷରତ୍ତ ଆୟତ୍ତଧିନ
    ସମସ୍ତ
    ରକ୍ତ,ମାଂସ,ବୀଜ, ସ୍ବେଦ,
    ଗାଇବାକୁ
    ନୂତନ ସୃଷ୍ଟିର
    ଯଜୁନ୍ୟ
    ନାରାଜ ଆକାଶ
    ଛାଡିବାକୁ
    ପ୍ରକୃତି ରାଣୀ ଯେ ତୁମକୁ
    ତୁମେ ଯେ ତା ଇନ୍ଦ୍ରାଣୀ,
    ପୋଛିନିଅ
    ଅବିଶ୍ରାନ୍ତ ବହି ଚାଲିଥିବା
    ଅତୀତର
    ଆଖିର ଲୁହ,
    ଫୁଟ,ଫଳ
    ବାସ ଚହଟି ଉଠୁ ଚଉଦିଗେ,
    ମୋହିତ
    ହୋଇଯାଅନ୍ତୁ ପଞ୍ଚଭୂତ,
    ଶୁଣି
    ଆକାଶ ଓ ଇନ୍ଦ୍ରାଣୀର
    ମିଳନ ପ୍ରତ୍ୟଅ
    ଇନ୍ଦ୍ରାଣୀ-
    ତୁମେ ନଦୀ ନୁହଁ ଯେ ବହିଯିବ
    ତୁମେ
    ଆକାଶର ପ୍ରିୟତମା
    ପ୍ରକୃତି-ଅନନ୍ୟା--------!

    ©®କାଶ୍ୟପ,ରାୟଗଡା