• binay2018 23w

    ହେ ପୃଥିବୀ,
    ତୁମେ କୁଆଡେ ସର୍ବଂସହା ଧରିତ୍ରୀ,
    ତୃମେ ସୃଷ୍ଟି, ତୁମେ ଜନନୀ
    ତୁମରି କାରଣ ଏଇ ସମଗ୍ର ସୃଜନୀ ।
    ନାରୀ ବି ତ ସବୁକିଛି ସହିଯାଏ,
    ତୁମଠାରୁ ଶିଖିଛି ପରା
    ଏଇ ସହିବାର ଗୁଣ ।
    ହେ ମାତା,
    ତୁମର ଏ କନ୍ୟା ମାନଙ୍କୁ
    ବତେଇ ଦିଅନ୍ତନି ଥରେ,
    ତୁମ ପରି ନାରୀରେ ବି ଲୁଚିଛି,
    ଅଜସ୍ର ଗରମ ଲାଭାର ସ୍ରୋତ,
    ଖାଲି ଏକ ବିଷ୍ଫୋଟର ଆବଶ୍ୟକ !
    ତୁମେବି ତ ଉଦ୍ଗାରୀ ଯାଅ,
    ଆଗ୍ନେୟ ଗୀରିର ସେହି
    ଉତପ୍ତ ଲାଭାର ସ୍ରୋତ,
    ତୁମେବି ତ କମ୍ପିଉଠ କ୍ରୋଦ୍ଧର ଭୂକମ୍ପ ।

    Read More

    ପୃଥିବୀ

    ଅନ୍ୟାୟକୁ ନୀରବରେ ସହିଯିବା,
    ଲୁହପୋଛି ଚୁପ୍ ରହିଯିବା,
    ନୁହେଁ କିଛି ମହାନତା ବିଧି ।
    କେବେ ବି ନୁହଁଇ ସେ
    ସର୍ବସଂହା ନାରୀର ଉପାଧୀ ।
    ଧୀକ ସେ ଜୀବନ ମାତା,
    ଯିଏ ନିଜକୁ ଅସହାୟ ମଣେ
    ଅବଳା ଦୁର୍ବଳା ବୋଲି ଗଣେ,
    ଅନ୍ୟର ଦୟାକୁ ନିଜ ଢାଲ ମାନିନିଏ ।
    ବିଧାତା ନାରୀକୁ ଦେଇଛି
    କୋମଳ ହୃଦୟ ଆଉ ମମତାର ମଧୁରତା
    ପ୍ରେମସୁଧା ବାଣ୍ଟିବାକୁ ଶତ କୋମଳତା ।
    କେବେ ବି ଦେଇନି ଏହି ସରସତା
    ଖାଲି ଅତ୍ୟାଚାର ସହିବାକୁ ସହନଶିଳତା ।
    ବିଧାତା ଦେଇଛି ନାରୀକୁ ତ ସବୁ,
    ପୁରୁଷ ସମାନ ନୁହେଁ,
    ପୁରୁଷଠୁ ଅଧିକ ଦେଇଛି ।
    ତଥାପି କାହିଁକି,
    ନାରୀ ଅବଳାର ପଣତରେ
    ନିଜକୁ ସଦା ଢାଙ୍କିନିଏ,
    ପୁରୁଷ ପ୍ରସ୍ତୁତ ପରମ୍ପରା
    ଆଖିବୁଜି ମାନି ନିଏ ?
    ଭୂଲିଯାଏ ଦୂର୍ଗା କାତ୍ୟାୟନୀ ଅବା
    ଯେତେ ବିଦୂଷୀ ଆଉ ବୀରାଙ୍ଗନା !
    ©binay2018