• amitabh_pattnaik 40w

    କୁନି ପିଲାଟା ବାପା ସହ ମନ୍ଦିର ଯାଇଥିଲା। ବ୍ୟାରିକେଡ ଏପଟ ଲମ୍ବା ଧାଡ଼ିରେ ଛିଡ଼ା ହେଇଥିଲା। ଠେଲାପେଲା ହେଉଥିଲା। ଏତିକିବେଳେ ଦେଖିଲା ଜଣେ ବ୍ୟକ୍ତି ଠାକୁରଙ୍କ ପାଖରେ ପହଞ୍ଚି ଯାଇଛନ୍ତି। ଅତି ନିକଟରୁ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ପିଲାଟା କାବା ହେଇଗଲା। ପଚାରିଲା - ସମସ୍ତେ ତ ଏପଟେ। ସିଏ ଏତେ ଭିତରକୁ କେମିତି ଗଲେ। ବାପା କହିଲେ- ସିଏ ନନାଙ୍କୁ ଟଙ୍କା ଦେଇ ଯାଇଛନ୍ତି। ପୁଅ ପୁଣି ପଚାରିଲା-ଟଙ୍କା ଦେଇ ପାଖରୁ ଦର୍ଶନ କଲେ ଠାକୁର କ'ଣ ଅଧିକ ଆଶୀର୍ବାଦ ଦିଅନ୍ତି ? ବାପା ରାଗିଯାଇ କହିଲେ ତୁ ଚୁପ୍ କର।