• priyanka98 6w

    By unknown writer

    Read More

    ସମୟ ର ସେଇ ଅଳ୍ପ ଧାସ ରେ
    ବଦଳି ଗଲା ଜୀବନ
    ଜଳି ଗଲା ଦୀପ ଲିଭିଲା ସଳିତା
    ତା ସହ ଜଳିଲା ମନ ।
    କେତେଯେ ଆବେଗ କେତେ ଅପେକ୍ଷା
    ସ୍ମୃତି ସବୁ ଛଟପଟ
    ଯନ୍ତ୍ରଣା ର ହାଲକା ଲୁହ ତଳେ ପଡି
    ଭୁଲି ଗଲେଣି ନିଜ ବାଟ ।
    ବସନ୍ତ ର ବାସ୍ନା ଶୀତ ର କାକର
    ମନେ ପଡୁନି ଆଉ ସେ ଦିନ
    କେତେ ଆକାଂକ୍ଷା ମନେ ଫୁଟି ଉଠେ
    ଦିଶୁନାହିଁ ଆଉ ସେ ପୁରୁଣା ଜହ୍ନ ।
    ହଜିଯାଇଛି କୋଉଠି କେଜାଣି
    ମନର ସୁଖ ଶାନ୍ତି ଆଉ ବିଶ୍ୱାସ
    ଯେତେ ଖୋଜିଲେବି ମିଳୁନି ଆଉ
    ସେଦିନର ପ୍ରେମ ପ୍ରୟାସ ।

    @ Priyanka