• wizard101 9w

    2

    ସବୁ ମିସିକି ଏକା ଜାଗାରେ ବସିକି ଚା ପିଇଲୁ।ସାର ପଦୁଟିଏ ଆରମ୍ଭ କଲେ
    " ପିଲେ, ତମେ ମାନେ ଯଦି ଧ୍ୟାନ ଦେଇଥିବ ତେବେ ସୁନ୍ଦର ସୁନ୍ଦର କପ୍ ପ୍ରତି ସମସ୍ତଙ୍କ ଆକର୍ଷଣ ଥିଲା।ସାଧାରଣ କପ୍ ପ୍ରତି କାହାରି ଧ୍ୟାନ ଯାଇନି।ଯଉଠି ନିଜ ଜୀବନରେ ସବୁଠୁ ଭଲ ଜିନିଷ ପାଇବାର ଇଚ୍ଛା ରଖିବା ଏହା ଏକ ସାଧାରଣ କଥା।ସେଇଠି ପୁଣି ସେଇ ଇଚ୍ଛାର ପରିଣାମ ସ୍ୱରୂପ ଜୀବନର ଦୁଃଖ ଆଉ ଜଞ୍ଜାଳ ମିଳିଥାଏ।

    ଏଇ କପ୍ ଗୁଡିକ କଦାପି ଚା ର ସ୍ୱାଦ କୁ ବଦଳାଇ ପାରିବନି କିନ୍ତୁ ଏହା ତ କେବଳ ଚା ଆମ ପାଟିକୁ ଆସିବାର ଜରିଆ,ଏହା ମାଧ୍ୟମରେ ଆମେ ଚା ପିଉଛେ।। ଅସଲ ରେ ତମକୁ ଯାହା ଦରକାର ସେ କେବଳ ଚା ।କିନ୍ତୁ ସୁନ୍ଦର କପ୍ ନେବା ଚକର ରେ ସମସ୍ତେ ଷ୍ପ୍ରଧା ରେ ଲାଗିପଡ଼ିଲ ଆଉ ରୂପା କପ୍ ଟି ଧରିଥିବା ପିଲାଟି ଚା ର ସ୍ୱାଦ ଜାଣିପାରୁନି, ଅନ୍ୟପକ୍ଷେ ମାଟି, କାଚପାତ୍ରରେ ପିଉଥିବା ପିଲା ଆରାମରେ ପିଉଛନ୍ତି।

    ୟେ ଜୀବନ ଅନେକ ପ୍ରକାରର । ଆମ ଚାକିରୀ, ଟଙ୍କା, ପତିପ୍ରତି, ସମ୍ପତି ,କପ୍ ଭଳିଆ। ଏହା କେବଳ ଜୀବନ ଜୀଇଁବାର ସାଧନମାତ୍ର।
    ଏହା ଆମ ଜୀବନ ନୁହଁ।ଆମ ପାଖରେ କଉ କପ୍ ଅଛି ତାହା ନା ଆମ ଜୀବନକୁ ସଂଜ୍ଞା ଦେଉଛି ନା ଆମ ଜୀବନକୁ ବଦଳଉଛି ।ସେଇଥିପାଇଁ ଚା ର ଚିନ୍ତା କର, କପ୍ ର ନୁହଁ ।"

    ଦୁନିଆର ସବୁଠୁ ଖୁସି ଲୋକ ସେ ନୁହଁ ଯାହା ପାଖରେ ସବୁକିଛି ଅଛି, ବରଂ ସେଇ ଲୋକ ଯେ ନିଜ ପାଖରେ ଯେତିକି ଅଛି ସେତିକି କୁ କେମିତି ସଦୁପଯୋଗ କରିପାରୁଛି।ଜୀବନକୁ କେମିତି ଉପଭୋଗ କରୁଛି, ଭରପୁର ଜୀବନକୁ ଜିଉଁଛି।

    ଜୀବନର ଏକ ନିରାଟ ସତ୍ୟର ସଂଜ୍ଞାରେ ସେଦିନ ଆମେ ସବୁ ସ୍ତବ୍ଧ ହୋଇଯାଇଥିଲୁ। ଘଡିର ଟିକ୍ ଟିକ୍ ଶବ୍ଦ ଯେମିତି କାନରେ କହି ଯାଉଥିଲା କି ସମୟ ଗଡିଯାଉଛି
    "ଯା ଜୀବନକୁ ଉପଭୋଗ କର"