• wizard101 10w

    ସୁଖର ଅଟ୍ଟାଳିକା

    -ଗୋପୀକିଶନ
    କୃଷ୍ଣଚୁଡା ଫୁଲର ଅଭୁତ୍ୱ ସୁନ୍ଦରତା କ୍ୟାପିଟାଲ ବଡଡାକ୍ତରଖାନାର ପରିସରଟିକୁ ବେଶ ଚମକାଉଥିଲା | ପେଁ ପେଁ ମଟରଗାଡି ଶବ୍ଦରେ କମ୍ପିଯାଉଥିଲା ଆଖପାଖ | ଡାକ୍ତରଖାନାର ପାଖ ଏକ କୋଣରେ ବସିଥିବା ଦୁଇଜଣ ବୃଦ୍ଧଙ୍କ ଉପରେ କିନ୍ତୁ ଏହାର କିଛି ପ୍ରଭାବ ପଡ଼ୁନଥିଲା | ସମୟର ଚିରସ୍ରୋତା କଣ୍ଟା ଯେମିତି ଥମି ଯାଇଛି ଏମାନଙ୍କ ପାଇଁ |
    କେତେ ଡାକ୍ତର, କେତେ ନର୍ସ ଚଳପ୍ରଚଳ କରୁଛନ୍ତି ସେଇ ବାଟ ଦେଇ, ସମସ୍ତେ ପ୍ରାୟ ସମାନ ପରିକା ଲାଗୁଛନ୍ତି |ଆପଣାର ପ୍ରତିଧ୍ୱନି ପ୍ରତୀତ ହେଲା ବୋଧେ ଏବେ | ବଡଖୁଣ୍ଟର ଅଲୁଅର ରଶ୍ମିଖଣ୍ଡ ଆବରି ରହିଥିଲା ଆଦିତ୍ୟର ଛାଇ କୁ |ଆଶ୍ୱସ୍ତ ମନେ ହେଉଥିଲେ ବୃଦ୍ଧ ଦୁଇଜଣ ଯେପରି |

    "ଡାକ୍ତର ବାବୁ ମୋ ମା କେମିତି ଅଛି " ଆବେଗପୂର୍ଣ ରୁଦ୍ଧକଣ୍ଠରେ ପଚାରିଥିଲା ଆଦିତ୍ୟ
    ସମବୟସ୍କ ଲାଗୁଥାନ୍ତି ଆଦିତ୍ୟ ଆଉ ଆକାଶ ପଟ୍ଟନାୟକ

    ଡା - "କେତେ ନମ୍ବର ୱାର୍ଡ ରେ ଆଉ କେତେ ନମ୍ବର ବେଡ଼" ବୋଲି ପ୍ରଶ୍ନକରିଥିଲେ ଡାକ୍ତର