• shaktiprusty 5w

    ପ୍ରେମ ରାଇଜ

    ସରିଯାଏ ସମୟ
    ଉଡ଼ିଯାଏ ଛପର
    ରହିଯାଏ ବାଉଁଶ ର ତାଟି
    ଭାଙ୍ଗିଯାଏ ଲଣ୍ଠନ ର କାଚ
    ମୁଁ ଖୋଜିହୁଏ ତୁମରି ଡାକ କୁ
    ତୁମେ ଭୁଲିଯାଅ ମନ୍ଦିର ବେଢାକୁ !

    ଜାଗର ଟା କେମିତି ଅନ୍ଧାର ଲାଗେ
    ଅଭିମାନିନୀ ଗୀତ ଏକାକୀ ଗୁଣୁଗୁଣାଏ
    ହଁ ବହୁତ ଖୁସିହୁଏ
    ଓଃ କାହିଁକି.....
    ଆରେ ତୁମେ ନାଁହନା ଭୁଲ ଶବ୍ଦ କୁ ଧରି ଠିକ କରିବାକୁ

    ହେଲେ ଏଇ ଆଖିରୁ ଝରୁଛି ଅମାନିଆ ଲୁହ ସବୁ
    ବଡ ସ୍ୱାଭିମାନୀ ମୋ ପୁରୁଷପଣିଆ
    ହାରିଯିବି ହେଲେ ଡାକିବି ନାହିଁ
    ଆଉ ରହିବିନି ଋଣଝୁଣ ତୋର ପାଉଁଜି ଶୁଣି
    ଝୁରିବିନି ତୋ କୁଆଁର ପୁନେଇ ଚାନ୍ଦ ଓଷା କୁ
    ଲୁଚି ଦେଖିବିନି ତୋ ଖୁଦୂରୁକୁଣୀ ର ଦୁହୁଡ଼ି ଖେଳ କୁ
    ମନେନାହି ମୋର ପିଲାଦିନ ର ସେ ଅଙ୍କ ଖାତା
    ଯୋଉଠି ତୁ ଲେଖିଥିଲୁ ପ୍ରଥମ ପ୍ରେମ ନିବେଦନ
    ଏମିତି ଜିଇଁଛି
    ଆହୁରି ଜିଇଁବି
    ଜଳିଛି ଜଳିବି ପ୍ରେମ ରାଇଜର ପ୍ରତିଟି ସଞ୍ଜ ରେ ..!
    ©shaktiprusty