• keshari 23w

    ଭାଷାଭୂଷଣ

    ଶାଣିତ କୃପାଣ ଶାଣିତ ବାଣୀ
    ଶୋଣିତ ଝରାଏ ହୃଦୟ ହାଣି।
    ଶ୍ରବଣେ, ଶ୍ରବଣୁ ସ୍ରବେ ରୁଧିର
    ସ୍ମରଣେ ଶିହରେ ସାରା ଶରୀର।
    ଉତ୍-ଫଣ ଦର୍ଶନେ ପ୍ରାଣ ଯେସନ
    ଶାଣ- ବାଣୀ ଶୁଣି ମନ ତେସନ।
    ଭୀଷଣ ଭାଷଣେ "ଭବିଷ୍ୟ"ଭୀତ
    ଅସ୍ଥି ଥରେ,ଅସ୍ଥିର 'ସ୍ଥିର-ଚିତ୍ତ'।
    ଗୁରୁଜନେଗୁଣ'ମଣିଷମଣି' ମଣ
    ଭୂଷା ନୁହଁ, ଭାଷା ଭୂଷଣ।
    ©keshari